ନିର୍ଦିଷ୍ଟ ମଧ୍ୟସ୍ଥ ଭୂମିକା

  1. ନିୟମିତ ବ୍ୟବଧାନ ରେ ଓଶେକ (OSHEC) ରାଜ୍ୟ ର ଉଚ୍ଚଶିକ୍ଷା ସମ୍ଭନ୍ଧୀତ ନୀତି ନିୟମ ଓ ଏହାର ମାର୍ଗ ଦର୍ଶିକା ନକ୍ଷା କୁ / ରୂପରେଖ କୁ ସମୀକ୍ଷା କରି ସଂଶୋଧନ ଓ ବିକାଶ କରାଇବି |
  2. ରାଜ୍ୟ ର ବିଶ୍ୱବିଦ୍ୟାଳୟ ସମୂହ ଓ ଅନ୍ୟାନ୍ୟ ସୁବ୍ୟବସ୍ଥିତ ଶିକ୍ଷାନୁଷ୍ଠାନ ର ପରାମର୍ଶ ଭିତ୍ତିରେ ବିଶ୍ୱସ୍ତରୀୟ ଶୈଖିକ ମାନ ଓ ପ୍ରାସଙ୍ଗିକତାକୁ ଆଧାର କରି ଓଶେକ ସ୍ନାତକ ଓ ଅଭିସ୍ନାତକ ଉପାଧି ଓ ଉପାଧ୍ୟୁତ୍ତର ସ୍ତରୀୟ ପାଠ୍ୟକ୍ରମ ଓ ପାଠ୍ୟ ଖସଡ଼ା ର ପୁନର୍ନିରୀକ୍ଷଣ କରି ସମୟାନୁସାରେ ସଂଶୋଧନ କରିପାରିବ ଓ ନୂତନ ଢାଞ୍ଚା ରେ ପ୍ରସ୍ତୁତ କରି ପ୍ରଚଳନ କରିପାରିବ | ପରୀକ୍ଷା ପଦ୍ଧତି ର ସଂସ୍କାର ଏବଂ ଜୀବନ ଚକ୍ର ର ନିୟମନ ପ୍ରତି ସମ୍ମାନ ରଖି ଉଚ୍ଚଶିକ୍ଷା ଧାରାରେ ଦେଖାଦେଇଥିବା ପରିବର୍ତ୍ତନର ନୂଆ ଲହର / ପ୍ରବାହର ଉପଯୁକ୍ତ / ଅନୁକୂଳ ହେବ ଭଳି ଶିକ୍ଷଣ ବିଜ୍ଞାନକୁ ନିୟମିତ ଓ ବିଧିବଦ୍ଧ ଭାବରେ ଅଙ୍ଗିକାର କରିପାରିବ / କରାଇବା |
  3. ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାୟତନରେ ଶିକ୍ଷଣ, ସାଧନା ଓ ସରଞ୍ଜାମର (ଯଥା - ପ୍ରୟୋଗଶାଲାର ଉପକରଣ, ପାଠାଗାର ସାମଗ୍ରୀ,ଶ୍ରେଣୀଗୃହ ବ୍ୟବସ୍ଥା, ଉଦୟମିତ / ଉଦ୍ୟୋଗକାରିତା ତଥା ନବାୟନି କେନ୍ଦ୍ର, କ୍ରୀଡା ସୁବିଧା, କାମ୍ପୁଟରିକ ସାଂଖିକ ପୁସ୍ତକୀକରଣ, ସମ୍ବାଦ ପତ୍ର ଓ ପତ୍ରପତ୍ରିକା ଇତ୍ୟାଦି) ସହଜ ଉପଳନ୍ଧ ଓ ବିହିତ ବ୍ୟବହାର ନିମିତ୍ତ ଓଶେକ ଉପଯୁକ୍ତ ଯୋଜନା ଓ ଶୃଙ୍ଖଳିତ ପ୍ରଣାଳୀର ପରିକଳ୍ପନା କରିବି | ଅଳ୍ପ ଉନ୍ନତ ଓ ବିଶେଷ ଅଧିକାର ପ୍ରାପ୍ତ ବିଦ୍ୟାର୍ଥୀ ମାନଙ୍କ ହିତ ପାଇଁ ଏହି ପରିଷଦ ଯଥାର୍ଥ ଶିକ୍ଷଣ ନମୁନା ତଥା ପରିମାପନ ର ବିକାଶ କରି କାର୍ଯ୍ୟକାରୀ କରିବି |
  4. ଓଶେକ ଉଚ୍ଚଶିକ୍ଷାନୁଷ୍ଠାନ ଓ ସଂସ୍ଥା ଗୁଡିକରେ ଗବେଷଣାର ଦୃଢ ବିତ୍ତି ସ୍ଥାପନ କରିବା ଏବଂ ନବାଯନି ସଂସ୍କୃତିର(ଯଥା ପ୍ରୋତ୍ସାନଶିଳତା, ସମ୍ବଳ ଓ ସାଧନର ସହଜ ଉପଲବ୍ଧ ଓ ସୁବିନିଯୋଗ, ଅନ୍ତର୍ବିଦ୍ୟାଭିତ୍ତିକ ବିଶେଷ ବିଷୟ ଗୁଡିକର ସମ୍ମେଳନ, ସ୍ୱଳ୍ପମିଆଦୀ ଗବେଷଣା ପାଦର ସୃଷ୍ଟି ଓ ସଂସ୍ଥାନ, ଉତ୍କର୍ଷ ବିଦ୍ୟାଧ୍ୟୟନ କେନ୍ଦ୍ର ର ପରିଯୋଜନା, ଅଭିଜ୍ଞ ଉପଦେଶକ ଓ ବିଶାରଦ ସଂସ୍ଥାନ, ଉତ୍ତମ ଓ ଶୃଙ୍ଖଳିତ ପରିଚାଳନା, ଅନ୍ତର୍ଜାତୀୟ ସ୍ଥର ର ଗବେଷଣା ଆୟୋଜନ ଏବଂ ନବାନୁସନ୍ଧିସ୍ଛାମୂଳକ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ଇତ୍ୟାଦି ଏଥିରେ ଅନ୍ତର୍ଭୁକ୍ତ ) ସଂବୃଦ୍ଧି ପାଇଁ ବିଶେଷ ପରିଯୋଜନା କାର୍ଯ୍ୟକାରୀ କରିପାରିବ|
  5. ଓଶେକ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଶିକ୍ଷକ ମାନଙ୍କ ମଧ୍ୟରେ ନେତୃତ୍ୱ ,ଗୁଣବତ୍ତା ଓ ନିୟାମକ ସାମର୍ଥ୍ୟ ର ବିକାଶ ପାଇଁ ଏବଂ ପ୍ରଭାବୀ ବିଦ୍ୟା କ୍ଷେତ୍ର ରେ ସେମାନଙ୍କର ସ୍ୱତନ୍ତ୍ର ପାରଦର୍ଶିତା ପାଇବା ନିମିତ୍ତ ତାଲିମ ଆଦର୍ଶ ର ପରିଯୋଜନା ଓ ନିୟମ ଶୁଚିକ ବିବର୍ତନ କରିପାରିବ |
  6. ରାଜ୍ୟ ସ୍ତର ର ସବୁ ଶିକ୍ଷାନୁଷ୍ଠାନ 'ନାକ'(ରାଷ୍ଟ୍ରୀୟ ମୂଲ୍ୟାୟନ ଓ ପ୍ରତ୍ୟୟନ ପରିଷଦ) ମାନ୍ୟତା ପାଇବା ଲାଗି ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସ୍ତର ର ଆସ୍ଥା ଓ ବିଶ୍ୱସନୀୟ ଅଧିସ୍ବୀକୃତି ଲାଭ କରିବା ଲାଗି 'ଓଶେକ' ସୁଗମ ଯୋଜନା ର ମାନକ ରୂପରେଖ ପ୍ରସ୍ତୁତ କରି କାର୍ଯ୍ୟକାରୀ କରାଇବ |
  7. ବୈଦ୍ୟୁତିକ ଅନ୍ତସଞ୍ଚାରି ପ୍ରଶାସନିକ ପରିଚାଳନା (ଇ - ଗଭର୍ନନ୍ସ ) , ବିଦ୍ୟାର୍ଥୀ-ଶିକ୍ଷକ-କର୍ମଚାରୀ ଜୀବନ ଚକ୍ର ର କାମ୍ପୁଟରିକ ସଙ୍ଖ୍ୟାୟନିକରଣ ଏବଂ ପ୍ରତ୍ୟେକ ଉଚ୍ଚଶିକ୍ଷା ସଂସ୍ଥାନର ସାଧାରଣ କ୍ୟାମ୍ପସ ପ୍ରକାର୍ଯ୍ୟ କୁ ସାଂଖିକ କାର୍ଯ୍ୟୟାନୀ କ୍ୟାମ୍ପ ରେ (ଡିଜିଟାଲ କ୍ୟାମ୍ପସ ରେ ) ପରିଣତ କରିବା ପାଇଁ 'ଓଶେକ' ସଂଚାଳନ ଓ ସୁରକ୍ଷା କାର୍ଯ୍ୟକ୍ରମ (ଓ ଆଣ୍ଡ ଏମ ) ଆଧାର ରେ ଏକ ସାଧାରଣ ସମଧାନମୁମକ ଉଦ୍ୟମ ସଂସାଧନା ଯୋଜନାର (ଇ.ଆର.ପି.) ପ୍ରକଳ୍ପ ପରିକଳ୍ପନା କରିବା |
  8. ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ଔଦ୍ୱଗିକ ଶିକ୍ଷଣ ଜ୍ଞାନ ର ଭଗିଉଦାରୀ ସହିତ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ପାରସ୍ପରିକ ସଂଯୋଗ ରକ୍ଷା ନିମିତ୍ତ 'ଓଶେକ' ଏକ ବାସ୍ତବ କାର୍ଯ୍ୟ ଉପଯୋଗୀ /କାର୍ଯ୍ୟାନ୍ଵଈ ଯୋଜନା ର ବିକାଶ କରିବା |
  9. ସକ୍ରିୟତଃ ଏହି ପରିଷଦ ଉପାଧି ଓ ଉପାଧ୍ୟୁତ୍ତର ପାଠ୍ୟକ୍ରମ ର ପ୍ରତ୍ୟେକ ବିଦ୍ୟା ବିଷୟ ଓ ଦକ୍ଷତା ବୃଦ୍ଧି କାରକ ପାଠ୍ୟ ପ୍ରସଙ୍ଗ କୁ ନେଇ ଅଵିଜ୍ଞ ଓ ବିଶିଷ୍ଟ ଶିକ୍ଷକ ମାନଙ୍କ ଦ୍ୱାରା ବହୁ ଭାଷିକ ପଦ୍ଧତି ରେ ଉଭୟ ମୁଦ୍ରିତ ଓ କାମ୍ପୁଟରିକ ନମୁନା ରୂପରେଖ ରେ ବିକଶିତ କରିବି | ଏ ସବୁ ସୁପ୍ରସ୍ତୁତ ଓ ସହାୟକ ପାଠ୍ୟ ସାମଗ୍ରୀ ଗୁଣାତ୍ମକ ଅଧ୍ୟୟନ ଓ ଅଧ୍ୟାପନା ର ସୁବିଧା ସାଧନା ନିମିତ୍ତ ସମସ୍ତ ପ୍ରକାରର ଶିକ୍ଷାନୁଷ୍ଠାନ ମାନଙ୍କୁ ଯୋଗାଇ ଦିଆଯିବ |
  10. ଶୈଖିକ ବ୍ୟବସ୍ଥା ପ୍ରସଙ୍ଗ ରେ, ରୁସା, ଓ଼ହେପୀ (RUSA/OHEPEE) ଏବଂ ଅନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଧାରିତ ଶିକ୍ଷଣ ପରିଯୋଜନା ଗୁଡିକର ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟ ର ସମସ୍ତ ଶିକ୍ଷାନୁଷ୍ଠାନ କୁ ଓଶେକ ସୂଚନା-ପରାମର୍ଶ ଦେବ | ଶିକ୍ଷାନୁଷ୍ଠାନ ଗୁଡିକରେ ଏ ସବୁ ଯୋଜନା ଗୁଡିକର ବାସ୍ତବ ଓ ଦୃଶ୍ୟଶୀଳ ଅଗ୍ରଗତି ସାଧନା ଲାଗି ଏହି ପରିଷଦ ପରିଚାଳନା ଶୃଙ୍ଖଳା ନିର୍ଦିଷ୍ଟ କରିବା ସହିତ ଏଥି ପାଇଁ ସୁଧରାତ୍ମକ ଉପାୟ ଲାଗୁ କରିବି |
  11. ଏ ସମସ୍ତ ପ୍ରକାର ମଧ୍ୟସ୍ଥତାମୂଳକ ପଦକ୍ଷେପ ନେବାରେ ସଦାସର୍ବଦା ନିରପେକ୍ଷତା / ନିଷ୍ପକ୍ଷତା ଓ ଉତ୍କର୍ଷତା ହିଁ ପ୍ରମୁଖ ପ୍ରଣୋଦିତ ଦିଗ ହେବ |