ଅଭିନନ୍ଦନ | ଓଶେକ (ଓ. ଏସ. ଏଚ. ଇ. ସି. ) କୁ ସ୍ୱାଗତ |

2019 ମସିହାରେ ଓଡ଼ିଆ ବିଧାନ ସଭାଙ୍କ ସ୍ୱତନ୍ତ୍ର ନିୟମ ପ୍ରଣୟନ କ୍ରମେ 'ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ' (ଦି ଓଡିଶା ଷ୍ଟେଟ ହାୟେର ଏଡୁକେସନ କାଉନସିଲ ) ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀକଂ ଅଧ୍ୟକ୍ଷତା ରେ ଗଠିତ ହୋଇଛି | ଅନୁମୋଦିତ ନିୟମ ଅନୁସାରେ ନିଯୁକ୍ତ ହୋଇଥିବା ପନ୍ଦର ଜଣ ସଭ୍ୟକୁଂ ନେଇ ଏହି ପରିଷଦ କାର୍ଯ୍ୟ ସମ୍ପାଦନା କରୁଛି | ଏହାର ପ୍ରମୁଖ ଅନୁସାସନୀୟ ଆଭିମୁଖ୍ୟ ଓ ଭୂମିକା ହେଉଛି | ମୁଖ୍ୟ ରେ ଉଚ୍ଚ ଶିକ୍ଷାର ଉନ୍ନତି ସାଧନ ନିମିତ୍ତ ଗୁଣାତ୍ମକ ଶିକ୍ଷା ନୀତିର ବିକାଶ କରିବା | ଉଚ୍ଚ ଶିକ୍ଷାର ଶୃଙ୍ଖଳା ଓ ବ୍ୟବସ୍ଥାରେ ନବ ସଂସ୍କାର ଆଣିବା ସହିତ ନୂତନ ଧରଣର ଶୈକ୍ଷିକ ପ୍ରଣାଳୀ, ଯୋଜନା, କାର୍ଯ୍ୟପଦ୍ଧତି ଓ ଢାଞ୍ଚାର ବିକାଶ ସାଧନ କରିବା | ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧିର ଓ ଚୂଡାନ୍ତ ଲକ୍ଷ୍ୟସାଧନାର ସୁପରିଣାମ ପ୍ରତି ସଚେତନ ରହି ଉଚ୍ଚ ଶିକ୍ଷା ପ୍ରଣାଳୀର ସର୍ବୋକୃଷ୍ଟ ସାଫଲ୍ୟ ନିମିତ୍ତ ସୁଵ୍ୟଵସ୍ଥିକରଣ ପଦକ୍ଷେପ ନେବାକୁ ସରକାରଙ୍କୁ ପରାମର୍ଶ ପ୍ରଦାନ କରିବା |

ଉଚ୍ଚଶିକ୍ଷାର ସମୃଦ୍ଧି  ଓ ସଂଚାଳନ କ୍ଷେତ୍ରରେ ଏହି ପରିଷଦ ହେଉଛି ରାଜ୍ୟ ସରକାରଙ୍କର ଏକ ମାର୍ଗଦର୍ଶୀ ଉପଦେଷ୍ଟା ମଣ୍ଡଳୀ | ପ୍ରାଥମିକ ଉଦ୍ୟମ ସ୍ୱରୂପ ଆବଶ୍ୟକତାକୁ ଚାହିଁ ଉଚ୍ଚଶିକ୍ଷାଧାରାରେ ମୂଲ୍ୟାଵଧାତ୍ମକ ଶୈକ୍ଷିକ ବ୍ୟବସ୍ଥାର ଅଭିନବ ସୁଧାର ସଂସ୍କାର ପାଇଁ ଏହି ପରିଷଦ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟଙ୍କ ମଧ୍ୟରେ ସମନ୍ଵୟାକାରକ ମଧ୍ୟସ୍ଥର ଦାଇତ୍ୱ ନିର୍ବାହ କାର୍ଯ୍ୟ ସଂସାଧନ କରିଥାଏ | ପ୍ରୟୋଜନ ପଡିଲେ ପରିଷଦ ମଧ୍ୟ ସ୍ୱତନ୍ତ୍ର ଧାରଣର ପଦକ୍ଷେପ ବୀନିର୍ଦିଷ୍ଟ କରିପାରେ ଓ କାର୍ଯ୍ୟକାରୀ କରିପାରିଥାଏ | ଶିକ୍ଷା ବ୍ୟବସ୍ଥା ରେ ଦେଖା ଦେଉଥିବା ସମକାଳର ଆହ୍ୱାନ ଗୁଡିକୁ ସମଭାଗିତାର  ସହିତ ମୁକାବିଲା କରିବା ସକାଶେ  ଓଶେକ ରାଜ୍ୟର ସମସ୍ତ ବିଶ୍ଵବିୟାଳୟର କୁଳପତି ଓ ଖ୍ୟଅତିସମ୍ପର୍ଣ ଵିଦ୍ୟାଵିତ ମାନଙ୍କୁ ଗୋଟିଏ ମଞ୍ଚରେ ମିଳିତ କରାଇ ସର୍ବ ସମତି କ୍ରମେ ନବ ରୀତିର ସାଧାରଣ ସମାଧାନ କରିଥାଏ|


ଅନୁଷ୍ଠିକା କାର୍ଯ୍ୟ ଓ ଦାୟିତ୍ୱ / ପ୍ରକାର୍ଯ୍ୟ ଓ ଦାୟିତ୍ୱ

ଏହି ପରିଷଦର ଆନୁଷ୍ଠାନିକ ପ୍ରକାର୍ଯ୍ୟ ଓ ଦାୟିତ୍ୱ ଗୁଡିକ ଏହି ପରି :

  1. ରାଜ୍ୟ ଉଚ୍ଚଶିକ୍ଷା ଯୋଜନା, ବାର୍ଷିକ ଯୋଜନା ଓ ଆୟବ୍ୟୟ ଅଟକଳ ଭିତ୍ତିକ ଯୋଜନା (ବଜେଟ) ପ୍ରସ୍ତୁତ କରିବା [(i),(a),ନିୟମର ଅନୁଛେଦ - ୯ ]
  2. ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୂସ| ) ଙ୍କ ଦ୍ୱାରା ଉନୟନ ଓ ବିକସିତ ହୋଇଥିବା ମାନଦଣ୍ଡ ର ଆଦର୍ଶ, ଢାଞ୍ଚା ଓ ମୂଳ କାର୍ଯ୍ୟ ସଂପଦନୀୟ ଆଧାର ସୂଚକ (କେ.ପି.ଆଇ) ଅନୁସାରେ ରାଜ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକର ମାନନୀୟ ରୂପତା ଓ ଶୃଙ୍ଖଳା ପରିଚାଳନା କରିବା | ଆନୁଷ୍ଠାନିକ ହିତ ଓ ସମୃଦ୍ଧି ପାଇଁ ଆବଶ୍ୟକ ହେଲେ ଅଥବା ଯଥାଯଥ ବୋଧ କରାଗଲେ ପରିଷଦ ଅତିରିକ୍ତ ମାନାଦର୍ଶ ବଢେଇପାରିବେ |[(ii),(b) ନିୟମ ର ଅନୁଛେଦ - ୯]
  3. ପରିଷଦ ଙ୍କ ଆର୍ଥିକ ପାଣ୍ଠି ଅନୁଦାନ ରେ ସଞ୍ଚାଳିତ ଗବେଷଣା କାର୍ଯ୍ୟକ୍ରମର ଉତ୍ପାଦିକା ଗୁଣ, ମାନ ଓ ପରିଣାମ ମାପନ/ଆକଳନ ନିମିତ୍ତ ସାଙ୍କ୍ରିୟାତ୍ମକ ଢାଞ୍ଚା ଓ ସବିଶେଷ କାର୍ଯ୍ୟ ପ୍ରଣାଳୀ ନିର୍ଧାରଣ କରିବା |[(ii),(f) ନିୟମ ର ଅନୁଛେଦ - ୯]
  4. ଅଧ୍ୟାପନାକାରୀ ଶିକ୍ଷକ ମାନଙ୍କର ଗୁଣବତ୍ତା ଓ ଦକ୍ଷତା ର ସଂବୃଦ୍ଧି ନିମିତ୍ତ ଯଥାର୍ଥ ଢାଞ୍ଚା ଓ କାର୍ଯ୍ୟ ପ୍ରଣାଳୀ ନିର୍ଦ୍ଧିଷ୍ଟ କରିବା |[(iii),(a) ନିୟମର ଅନୁଚ୍ଛେଦ - ୯ ]
  5. ପରୀକ୍ଷା ପ୍ରଣାଳୀର ଗୁଣାତ୍ମକ ବିକାଶ ନିମିତ୍ତ ସାଙ୍କ୍ରିୟାତ୍ମକ ମାନଦଣ୍ଡ ଓ କାର୍ଯ୍ୟ ପଦ୍ଧତି ନିର୍ଧାରଣ କରିବା |[(iii),(b) ନିଆୟମ ର ଅନୁଛେଦ - ୯]
  6. ତଥ୍ୟ ଆଉ ଜ୍ଞାନ ର ସଦ୍ୟତମ ବିସ୍ଫୁରଣ ର ଅବଶ୍ୟକତାକୁ ଦେଖି ପାଠ୍ୟ କ୍ରମ ଓ ପାଠ୍ୟ ଖସଡ଼ା ର ଗୁଣବତ୍ତା ଓ ସଂବୃଦ୍ଧି ସାଧନା ପାଇଁ ମାନାଦର୍ଶ ଓ ଗଠନ ପ୍ରଣାଳୀ ନିର୍ଦ୍ଧିଷ୍ଟ କରିବା |[(iii),(g) ନମୂଳ ନିୟମର ଅନୁଛେଦ ୯]
  7. ଗବେଷଣା ଓ ଉଚ୍ଚଶିକ୍ଷାର ଯେ କୌଣସି କ୍ଷେତ୍ର ରେ ଯେ କୌଣସି ପ୍ରକାର ଉପାଧି ଅଥବା ଯୋଗ୍ୟତା ପତ୍ର ପ୍ରଦାନ ପାଇଁ ବିଦ୍ୟାସଙ୍କ୍ରାନ୍ତିୟ ଗୁଣାତ୍ମକ ମାନର ଆବଶ୍ୟକତା ଗୁଡିକୁ ସ୍ପଷ୍ଟ ଓ ସୁନିର୍ଦ୍ଧିଷ୍ଟ କରିବା |[(iii),(h) ମୂଳ ନିୟମ ର ଅନୁଛେଦ ୯]
  8. ଚୂହାଶିକ୍ଷାନୁଷ୍ଠାନ ମାନଙ୍କର ଆସ୍ଥା ଓ ବିଶ୍ୱାସ ସ୍ଥାପନ, ଅଧିସ୍ବୀକୃତି ଓ ନ୍ୟାୟ ସୁଚିକା ନିମିତ୍ତ ଶିକ୍ଷଣ ଗୁଣବତ୍ତା ର ମନକାଡ଼ର୍ସ ନିର୍ଣ୍ଣୟ କରିବା |[(iii),(i) ମୂଳ ନିୟମର ଅନୁଚ୍ଛେଦ ୯]
  9. ଗୋଟିଏ ନିର୍ଦ୍ଧିଷ୍ଟ ବିଶ୍ୱବିଦ୍ୟାଳୟ ସହିତ ମହାବିଦ୍ୟାଳୟ ମାନଙ୍କର ସହବନ୍ଧନା ବା ଅଙ୍ଗିକାରତା ହେବାର ନିୟମାଦର୍ଶ ମାନଦଣ୍ଡ ନିର୍ଧାରଣ କରିବା |[(iii),(k) ମୂଳ ନିୟମର ଅନୁଛେଦ ୯]
  10. ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କର ସ୍ୱଚ୍ଛ, ଦକ୍ଷ, କାର୍ଯ୍ୟକୁଶଳ ଓ ଉତ୍ତର ଦାୟବଦ୍ଧ ପ୍ରଶାସନ ରୀତିର ସମ୍ପାଦନା ପାଇଁ ଖସଡ଼ା, ମାନଦଣ୍ଡ ଓ ପ୍ରକ୍ରିୟା ପ୍ରଣାଳୀ ନିରୂପଣ କରିବା |[(iii),(N) ମୂଳ ନିୟମର ଅନୁଛେଦ ୯]