Odisha State Higher Education Council

ଅଭିନନ୍ଦନ | ଓଶେକ (ଓ. ଏସ. ଏଚ. ଇ. ସି. ) କୁ ସ୍ୱାଗତ | 2019 ମସିହାରେ ଓଡ଼ିଆ ବିଧାନ ସଭାଙ୍କ ସ୍ୱତନ୍ତ୍ର ନିୟମ ପ୍ରଣୟନ କ୍ରମେ 'ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ' (ଦି ଓଡିଶା ଷ୍ଟେଟ ହାୟେର ଏଡୁକେସନ କାଉନସିଲ ) ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀକଂ ଅଧ୍ୟକ୍ଷତା ରେ ଗଠିତ ହୋଇଛି | ଅନୁମୋଦିତ ନିୟମ ଅନୁସାରେ ନିଯୁକ୍ତ ହୋଇଥିବା ପନ୍ଦର ଜଣ ସଭ୍ୟକୁଂ ନେଇ ଏହି ପରିଷଦ କାର୍ଯ୍ୟ ସମ୍ପାଦନା କରୁଛି | ଏହାର ପ୍ରମୁଖ ଅନୁସାସନୀୟ ଆଭିମୁଖ୍ୟ ଓ ଭୂମିକା ହେଉଛି | ମୁଖ୍ୟ ରେ ଉଚ୍ଚ ଶିକ୍ଷାର ଉନ୍ନତି ସାଧନ ନିମିତ୍ତ ଗୁଣାତ୍ମକ ଶିକ୍ଷା ନୀତିର ବିକାଶ କରିବା | ଉଚ୍ଚ ଶିକ୍ଷାର ଶୃଙ୍ଖଳା ଓ ବ୍ୟବସ୍ଥାରେ ନବ ସଂସ୍କାର ଆଣିବା ସହିତ ନୂତନ ଧରଣର ଶୈକ୍ଷିକ ପ୍ରଣାଳୀ, ଯୋଜନା, କାର୍ଯ୍ୟପଦ୍ଧତି ଓ ଢାଞ୍ଚାର ବିକାଶ ସାଧନ କରିବା | ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧିର ଓ ଚୂଡାନ୍ତ ଲକ୍ଷ୍ୟସାଧନାର ସୁପରିଣାମ ପ୍ରତି ସଚେତନ ରହି ଉଚ୍ଚ ଶିକ୍ଷା ପ୍ରଣାଳୀର ସର୍ବୋକୃଷ୍ଟ ସାଫଲ୍ୟ ନିମିତ୍ତ ସୁଵ୍ୟଵସ୍ଥିକରଣ ପଦକ୍ଷେପ ନେବାକୁ ସରକାରଙ୍କୁ ପରାମର୍ଶ ପ୍ରଦାନ କରିବା |

ଉଚ୍ଚଶିକ୍ଷାର ସମୃଦ୍ଧି ଓ ସଂଚାଳନ କ୍ଷେତ୍ରରେ ଏହି ପରିଷଦ ହେଉଛି ରାଜ୍ୟ ସରକାରଙ୍କର ଏକ ମାର୍ଗଦର୍ଶୀ ଉପଦେଷ୍ଟା ମଣ୍ଡଳୀ | ପ୍ରାଥମିକ ଉଦ୍ୟମ ସ୍ୱରୂପ ଆବଶ୍ୟକତାକୁ ଚାହିଁ ଉଚ୍ଚଶିକ୍ଷାଧାରାରେ ମୂଲ୍ୟାଵଧାତ୍ମକ ଶୈକ୍ଷିକ ବ୍ୟବସ୍ଥାର ଅଭିନବ ସୁଧାର ସଂସ୍କାର ପାଇଁ ଏହି ପରିଷଦ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟଙ୍କ ମଧ୍ୟରେ ସମନ୍ଵୟାକାରକ ମଧ୍ୟସ୍ଥର ଦାଇତ୍ୱ ନିର୍ବାହ କାର୍ଯ୍ୟ ସଂସାଧନ କରିଥାଏ | ପ୍ରୟୋଜନ ପଡିଲେ ପରିଷଦ ମଧ୍ୟ ସ୍ୱତନ୍ତ୍ର ଧାରଣର ପଦକ୍ଷେପ ବୀନିର୍ଦିଷ୍ଟ କରିପାରେ ଓ କାର୍ଯ୍ୟକାରୀ କରିପାରିଥାଏ | ଶିକ୍ଷା ବ୍ୟବସ୍ଥା ରେ ଦେଖା ଦେଉଥିବା ସମକାଳର ଆହ୍ୱାନ ଗୁଡିକୁ ସମଭାଗିତାର ସହିତ ମୁକାବିଲା କରିବା ସକାଶେ ଓଶେକ ରାଜ୍ୟର ସମସ୍ତ ବିଶ୍ଵବିୟାଳୟର କୁଳପତି ଓ ଖ୍ୟଅତିସମ୍ପର୍ଣ ଵିଦ୍ୟାଵିତ ମାନଙ୍କୁ ଗୋଟିଏ ମଞ୍ଚରେ ମିଳିତ କରାଇ ସର୍ବ ସମତି କ୍ରମେ ନବ ରୀତିର ସାଧାରଣ ସମାଧାନ କରିଥାଏ|


RTI

Annual Report

Download

Form

Career

Publications

5T Action Plan



OSHEC is committed to synergise the values of Time, Team work, Transparancy and Technology to bring about transformative challenges towards achievement of global excellence and equity in the higher education sector of the state. Our major focus would be facilitating students and faculties to fulfil their dreams and aspirations.

NOTICE OF OSHEC

    Under Preparation.

TENDER

    Under Preparation.